ଭବାନୀପାଟଣା,୧୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନୂଆଦିଲ୍ଲୀସ୍ଥିତ ଭାରତୀୟ ଆର୍ମି ହେଡକ୍ୱାର୍ଟରକୁ ୧୫୦ ରୁ ଅଧିକ ରାଖୀ ପଠାଇଛନ୍ତି। ସ୍କୁଲର ଅଧ୍ୟକ୍ଷ ଶିବରାମ ନାଏକଙ୍କ ସହଯୋଗରେ ଡାକ ଯୋଗେ ଏହି ରାଖୀ ପଠାଯାଇଛି। ଯବାନମାନେ ଦେଶର ସୁରକ୍ଷା କବଚ। ସେମାନଙ୍କର ନିଷ୍ଠାପର ସେବା ଓ ଦେଶପ୍ରେମ ଯୋଗୁ ଦେଶ ସୁରକ୍ଷିତ ରହିଥାଏ। ଏହି ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ରଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅତିଥି ସୁତମ ନାଏକ କହିଛନ୍ତି।