Categories: ଜାତୀୟ

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ ଏବେ ଦେଖିବାକୁ ମିଳିଛି। ଏହାର ପରିଣାମ ସ୍ବରୂପ କଏଦୀମାନଙ୍କୁ ଅଦଳବଦଳ କରିବା। ଅର୍ଥାତ୍‌ ଏବେ ତାଲିବାନରେ ୧୭ ମାସ ହେବା ବନ୍ଦୀଥିବା ୩ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରାଯିବା ଜଣାପଡିଛି। ଏହା ବଦଳରେ ଆଫଗାନିସ୍ତାନ ୧୧ ତାଲିବାନ କଏଦୀଙ୍କୁ ମଧ୍ୟ ମୁକ୍ତ କରିବ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଏତିକି କୁହାଯାଇଛି କି ଏହି ଖବର ମିଳିବା ପରେ ଆଫଗାନିସ୍ତାନ ସରକାରଙ୍କ ସହ ସମ୍ପର୍କ କରିଛି କେନ୍ଦ୍ର।

Share