ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ

ଇସଲାମାବାଦ୍‌,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଥିବା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭାରତ କୂଟନୈତିକ ଆଇନ ପର୍ସନ ନନ୍‌ ଗ୍ରାଟା ଅନ୍ତର୍ଗତ ସମ୍ପୃକ୍ତ ଅଧିକାରୀ ଆବିଦ୍‌ ହୁସେନ୍‌ ଏବଂ ମହମ୍ମଦ୍‌ ତାହିର୍‌ ଖାଁଙ୍କୁ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ଫେରିଯିବାକୁ କହିଛି। ଏବେ ସେମାନେ ପାକିସ୍ତାନ ଫେରିଯିବେ। ତେବେ ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଇଛି। ପାକିସ୍ତାନ ଏନେଇ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିଛି।

Share