ଇସଲାମାବାଦ୍,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ ଅଧିକାରୀମାନେ ଧମକାଇବା ସହିତ ଏକ ଘରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆ ସୂଚନା ଦେଇଛନ୍ତି। ସ୍ଥାନୀୟ ହୋଟେଲ ସେରେନାରେ ଇଫତାର ପାର୍ଟି ଆୟୋଜିତ ହୋଇଥିଲା। ହୋଟେଲ ବାହାରେ ପାକିସ୍ତାନ ଅଧିକାରୀମାନେ ଘେରାବନ୍ଦୀ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ଆଲୋଚନା ଆରମ୍ଭ ହୋଇଛି।