Categories: ଜାତୀୟ

ଭାରତୀୟ କୋଷ୍ଟ ଗାର୍ଡରେ ସାମିଲ୍‌ ହେଲା ‘ବରାହ’

ଚେନ୍ନାଇ,୨୫।୯: ଭାରତୀୟ କୋଷ୍ଟ ଗାର୍ଡରେ ‘ବରାହ’ ପାଟ୍ରୋଲିଂ ଜାହାଜ ସାମିଲ୍‌ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଆୟୋଜିତ ଏକ ଉତ୍ସବରେ ଏହାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍‌ଠାରେ କୋଷ୍ଟ ଗାର୍ଡରେ ସାମିଲ୍‌ କରାଇଛନ୍ତି। ଏହା ବହୁବିଧ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବ ବୋଲି ରାଜନାଥ କହିଛନ୍ତି। ବରାହ ସାମିଲ୍‌ ହେବା ନେଇ ସେ ଭାରତୀୟ କୋଷ୍ଟ୍‌ ଗାର୍ଡ ଏବଂ ଏଲ୍‌ ଆଣ୍ଡ୍‌ ଟିକୁ ପ୍ରଶଂସା କରିଛନ୍ତି। ଏହାଦ୍ୱାରା କୋଷ୍ଟ ଗାର୍ଡର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share