Advertisement
Categories: ଖେଳ

ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ

ନୂଆଦିଲ୍ଲୀ, ୨୫।୭: ଭାରତୀୟ କ୍ରିକେଟ ଖେଳାଳିଙ୍କ ଜର୍ସିରେ ଚୀନ୍‌ ନୁହେଁ, ଏଣିକି ଭାରତୀୟ କମ୍ପାନୀର ନାଁ ରହିବ ବୋଲି ଜଣାପଡିଛି। ଗତ ୨ ଦୁଇବର୍ଷ ହେବ ଖେଳାଳିଙ୍କ ଜର୍ସିରେ ଚୀନ ମୋବାଇଲ କମ୍ପାନୀ ‘ଓପୋ’ର ନାଁ ରହିଛି। ଏବେ ତାକୁ ହଟାଯାଇ ଭାରତୀୟ କମ୍ପାନୀ ‘ବାୟଜୁ’ ନାମ ରହିବ। ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପରେ ଏହି ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚରେ ୧୦୭୯ କୋଟି ଟଙ୍କାରେ ‘ଓପୋ’ ପାଞ୍ଚ ବର୍ଷ ପାଇଁ ବିଜ୍ଞାପନ ଅଧିକାର ପାଇଥିଲା। ତେବେ ଅଢେଇ ବର୍ଷ ପରେ କମ୍ପାନୀ ଏଥିରୁ ଓହରିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel