Categories: ଖେଳ

ଭାରତୀୟ କ୍ରିକେଟ ଦଳର ‘ସୁପର୍‌ ଫ୍ୟାନ୍‌’ଙ୍କ ପରଲୋକ, ଦିନେ ବିରାଟଙ୍କୁ କରିଥିଲେ ଆଶୀର୍ବାଦ

ନୂଆଦିଲ୍ଲୀ,୧୬।୧: ଇଂଲଣ୍ଡରେ ଆୟୋଜିତ ହୋଇଥିବା ୨୦୧୯ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ୮୭ ବର୍ଷୀୟା ଚାରୁଲତା ପଟେଲ। ସେ ସମୟରେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ମଧ୍ୟ ଥିଲେ। ତାଙ୍କ ସୁପର ଫ୍ୟାନ୍‌ ଆଖ୍ୟା ମଧ୍ୟ ଦିଆଯାଇଥିଲା। ଜାନୁୟାରୀ ୧୩ ତାରିଖରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୋକ ପ୍ରକାଶ କରିଛି।
ଗତ ବିଶ୍ୱକପରେ ଭାରତ ସେମିଫାଇନାଲରେ ପହଞ୍ଚିବା ପରେ ଚାରୁଲତାଙ୍କୁ ଭେଟିଥିଲେ ଅଧିନାୟକ ବିରାଟ କୋହଲି ଏବଂ ହିଟ ମ୍ୟାନ ରୋହିତ ଶର୍ମା। ସେ କୋହଲିଙ୍କୁ କୋଳାଗ୍ରତ କରିବା ସହ ତାଙ୍କୁ ବିଜୟ ପାଇଁ ଆଶୀର୍ବାଦ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ, ଚାରୁଲତାଙ୍କ ମାତାପିତା ଭାରତୀୟ ଥିଲେ। ସେ କିନ୍ତୁ ତାଞ୍ଜାନିଆ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦୁଇ ପୁଅ ଇଂଲଣ୍ଡରେ ସରେ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳୁଥିବାରୁ ସେ କ୍ରିକେଟ ପସନ୍ଦ କରନ୍ତି। ୧୯୮୩ରେ ଭାରତ ବିଶ୍ୱକପ ଜିତିବାବେଳେ ମୁଁ ଇଂଲଣ୍ଡରେ ରହୁଥିଲି। ଚାକିରି କଲା ସମୟରେ ଭାରତୀୟ ମ୍ୟାଚ ସବୁ ଟିଭିରେ ଦେଖେ। ଏବେ ସମୟ ମିଳିଲେ ଷ୍ଟାଡିୟମରେ ଆସି ଦେଖୁଛି ବୋଲି ସେ କହିଥିଲେ।

Share