Categories: ଖେଳ

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି ହେଲା ଫଟୋରେ ଭାରତୀୟ ଖେଳାଳୀମାନଙ୍କ ଫିମେଲ୍‌ ଭର୍ସନ୍‌କୁ ଦେଖିବାକୁ ମିଳୁଛି। ୟୁଭିଙ୍କ ଏହି ପୋଷ୍ଟକୁ କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ ଖେଳାଳିମାନେ ବହୁତ ପସନ୍ଦ କରୁଛନ୍ତି।

ଭାରତୀୟ କ୍ରିକେଟରଙ୍କ ଲିଙ୍ଗ ବଦଳାଇବା ପରେ ଯୁବରାଜ ସିଂ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଯୁବରାଜ ସିଂ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ’ଏଥି ମଧ୍ୟରୁ କାହାକୁ ତୁମେ ତୁମର ଗର୍ଲଫ୍ରେଣ୍ଡ ଭାବରେ ବାଛିବ?’
ଏହି ଚିତ୍ରରେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ, କେ.ଏଲ ରାହୁଲ, ଏମଏସ୍‌ ଧୋନି, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅଜିଙ୍କ୍ୟ ରାହାନେ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ଯୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଜସପ୍ରୀତ ନଜର ଆସୁଛନ୍ତି।

ଏହାପୂର୍ବରୁ ୟୁଜବେନ୍ଦ୍ର ଚହଲ ରୋହିତ ଶର୍ମାଙ୍କ ଫଟୋରେ ମହିଳା ସଂସ୍କରଣ କରିଥିଲେ। ରୋହିତ ଶର୍ମା ଭାଇ ତୁମେ ବହୁତ ସୁନ୍ଦର ଦେଖାଯାଉଛ ବୋଲି ସେ ଲେଖିଥିଲେ।

ଅଧିକାଂଶ ଲୋକ ଭୁବନେଶ୍ୱର କୁମାରଙ୍କ ମହିଳା ରୂପକୁ ବହୁତ ସୁନ୍ଦର କହିଛନ୍ତି। ଲୋକମାନେ ଭୁବନେଶ୍ୱର କୁମାରଙ୍କ ନାମକୁ ବଦଳାଇ ଭୁବନେଶ୍ୱରୀ କହୁଥିବା ଦେଖାଯାଇଛି। ଅପରପକ୍ଷେ ଭୁବନେଶ୍ୱର ନିଜ ମହିଳା ରୂପ ଦେଖିବା ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share