ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କଲା ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନ ଜଣେ ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଗୁପ୍ତଚର ଜଣକ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗାଜି ଖାଁ ଜିଲାର ରାଖିଗଞ୍ଜ ଅଞ୍ଚଳରୁ ଗିରଫ ହୋଇଥିବା କୁହାଯାଉଛି। ତାଙ୍କ ନାମ ରାଜୁ ଲକ୍ଷ୍ମଣ ବୋଲି ପାକିସ୍ତାନ କହିଛି। ସେ ଗୁପ୍ତଚରୀ କରୁଥିବା ସ୍ବୀକାର କରିଥିବା ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ଭାରତ ପକ୍ଷରୁ କୌଣସି ଜବାବ୍‌ ଦିଆଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ବିଶଦ ତଥ୍ୟ ଅବା ତାଙ୍କର ଫଟୋ ପାକିସ୍ତାନ ପକ୍ଷରୁ ଜାରି କରାଯାଇ ନାହିଁ।

Share