Categories: ଫୁରସତ

ଭାରତୀୟ ଘଷି ବିକ୍ରି ହେଉଛି ଆମେରିକାରେ, ପ୍ୟାକେଟ୍‌ର ଦାମ୍‌ ରହିଛି…

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଆମେରିକାର ଜଣେ ବ୍ୟକ୍ତି ଏମିତି କିଛି ଖାସ୍‌ କରି ଦେଖାଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଭାରତରୁ ଗୋବର ନେଇ ଏହି ବ୍ୟକ୍ତିଜଣକ ଆମେରିକାରେ ଘଷି କରି ଦୋକାନରେ ବିକୁଛନ୍ତି। ସମର ହର୍ଲନକାର ନାମକ ଜଣେ ବ୍ୟକ୍ତି ଏପରି ଭିନ୍ନ ଧରଣର କାମ କରି ଦେଖାଇଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆମେରିକାର ଜର୍ସିରେ ଏକ ଗ୍ରୋସରୀ ଦୋକାନରେ ଏହା ଥିବା ସମରଙ୍କ ଜଣେ ସମ୍ପର୍କୀୟ ଟୁଇଟ୍‌ କରି ଲେଖିଛନ୍ତି। ଏହି ପ୍ୟାକେଟ୍‌ରେ ଦାମ୍‌ ମଧ୍ୟ ଲେଖାଯାଇଛି ୨.୯୯ ଆମେରକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୦୦ ଟଙ୍କା। ଏଥିସହିତ ଏହା ଭାରତର ଉତ୍ପାଦ ବୋଲି ଲେଖାଯାଇଛି। ଏହା କେବଳ ଧାର୍ମିକ କାର୍ଯ୍ୟ ପାଇଁ ଖାଇବା ପାଇଁ ନୁହେଁ ବୋଲି ପ୍ୟାକେଟ୍‌ ଉପରେ ଲେଖାଯାଇଛି।

Share