Categories: ଖେଳ

ଭାରତୀୟ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ,୩।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭାରତୀୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଉପଅଧିନାୟକ ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏଣୁ ସେ କ୍ରିଜ ଛାଡ଼ି ପଳାଇଥିଲେ। ସେ ଚଳିତ ଗସ୍ତରେ ଆଉ ଖେଳିପାରିବେ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଯଦି ଏହା ସତ ହୁଏ, ତେବେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କୁ ଦିନିକିଆ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ। ସେ ଟେଷ୍ଟରେ ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ସହ ଓପନିଂ ଭାର ସମ୍ଭାଳି ପାରନ୍ତି।

Share