ଭାରତୀୟ ଦଳକୁ ବଡ଼ ଝଟ୍‌କା

ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍‌ ଅଭିଯାନକୁ ବୁଧବାର ବଡ଼ ଝଟ୍‌କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ବୁଢ଼ା ଆଙ୍ଗୁଳି ଫ୍ୟାକଚର ସମସ୍ୟା ଧାର୍ଯ୍ୟ ସମୟରେ ଠିକ୍‌ ହୋଇପାରିବ ନାହିଁ। ପୂର୍ବରୁ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ଦୁଇ ସପ୍ତାହ ଲାଗି ବାଦ୍‌ ଦିଆଯାଇଥିଲା। କିନ୍ତୁ ସେ ବିଶ୍ୱକପ୍‌ରେ ଖେଳିବା ସ୍ଥିତିରେ ନାହାନ୍ତି। ଏଣୁ ତାଙ୍କୁ ବାଦ୍‌ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛିି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଟ କୁମିନ୍ସଙ୍କ ବଲ ତାଙ୍କ ଡାହାଣ ବୁଢ଼ା ଆଙ୍ଗୁଳିରେ ବାଜିଥିଲା। ଏହି ମ୍ୟାଚ୍‌ରେ ସେ ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ ଭାର ସମ୍ଭାଳିବେ। ଧାଓ୍ବନଙ୍କ ବଦଳ ଖେଳାଳି ଭାବେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯିବ। ପୂର୍ବରୁ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଡାକରା ଦିଆଯାଇଥିଲା।

Share