Categories: ଖେଳ

ଭାରତୀୟ ଦଳକୁ ଶକ୍ତ ଧକ୍କା

ଖ୍ରୀଷ୍ଟଚର୍ଚ୍ଚ,୨୮।୨- ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ଏବେ ସମସ୍ୟାରେ ଘେରି ହୋଇଯାଇଛି। ଆହତ ସମସ୍ୟା କାରଣରୁ ମୁଖ୍ୟ ବୋଲର ଈଶାନ୍ତ ଶର୍ମା ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଗତ ଜାନୁୟାରୀରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ପୁଣି ଥରେ ଦେଖାଦେଇଛି। ତାଙ୍କ ଗୋଇଠିରେ ଯନ୍ତ୍ରଣା ହେଉଥିବା ଭେଟେରାନ ପେସର ମ୍ୟାନେଜମେଣ୍ଟକୁ ଜଣାଇ ଦେଇଥିଲେ। ତାଙ୍କୁ ଶୁକ୍ରବାର ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ତାଙ୍କ ଅନୁପସ୍ଥିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପାଇଁ ଏକ ବଡ଼ କ୍ଷତି। କାରଣ ପ୍ରଥମ ଟେଷ୍ଟରେ ସମସ୍ତ ବୋଲର ବିଫଳ ହୋଇଥିବାବେଳେ ଈଶାନ୍ତ ୫ ଉଇକେଟ ସଫଳତା ପାଇଥିଲେ। ତାଙ୍କ ସ୍ଥାନରେ ସମ୍ଭବତଃ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ମିଳିପାରେ। ମୁଖ୍ୟକୋଚ୍‌ କୋଚ୍‌ ରବି ଶାସ୍ତ୍ରୀ ଓ ବୋଲିଂ କୋଚ୍‌ ଭରତ ଅରୁନ ଅଭ୍ୟାସବେଳେ ଉମେଶଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ। ଅନ୍ୟ ପେସର ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି ଲମ୍ବା ସମୟ ପାଇଁ ନେଟ୍ସରେ ବୋଲିଂ କରିଥିଲେ। ଉମେଶ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ଗୋଟିଏ ହେଲେ ଟେଷ୍ଟ ଖେଳିନାହାନ୍ତି। ସେ ୨୦୧୮ ଡିସେମ୍ବରରେ ଅନ୍ତିମ ଥର ଭାରତ ବାହାରେ ଟେଷ୍ଟ ଖେଳିଥିଲେ। ଦେଶ ବାହାରେ ତାଙ୍କ ରେକର୍ଡ ସେତେଟା ଭଲ ନାହିଁ। ସେ ୧୭ ଟେଷ୍ଟ ଖେଳି ମାତ୍ର ୪୬ ଉଇକେଟ ନେଇଛନ୍ତି।

Share