Categories: ଖେଳ

‘ଭାରତୀୟ ଦଳକୁ ଶୀଘ୍ର ଫେରିବେ ପନ୍ତ’

ମେଲବୋର୍ନ,୨୭।୧(ପି.ଟି.)- ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉପରେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ତଥା ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ ରିକି ପଣ୍ଟିଂଙ୍କ ସମ୍ପୂର୍ଣ୍ଣ ଭରସା ରହିଛି। ପନ୍ତ ଜଣେ ପ୍ରତିଭାସମ୍ପନ ଯୁବ ଖେଳାଳି। ମୁଁ ପୁଣି ଥରେ ତାଙ୍କ ସହ ଆଇପିଏଲରେ କାର୍ଯ୍ୟ କରିବାକୁ ଉତ୍ସାହିତ। ସେ ଭାରତୀୟ ଦଳକୁ ଶୀଘ୍ର ଫେରିବେ, ମୋର ବିଶ୍ୱାସ ଅଛି ବୋଲି ଟୁଇଟରରେ ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ କହିଛନ୍ତି। ୨୨ ବର୍ଷୀୟ ପନ୍ତ ଏପର୍ଯ୍ୟନ୍ତ ଭାରତ ପାଇଁ ୧୧ ଟେଷ୍ଟ, ୧୬ ଦିନିକିଆ ଓ ୨୮ ଟି୨୦ ଖେଳିସାରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ପ୍ଲେ ଅପ୍‌ରେ ପ୍ରବେଶ କରିଥିଲା।

Share