Categories: ଖେଳ

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ସାମିଲ ହୋଇଛନ୍ତି ସ୍ପିନର ରହକିମ୍‌ କର୍ନଓ୍ବାଲ୍‌। ସେ ବାମହାତୀ ଅଫ୍‌ ବ୍ରେକ୍‌ ବୋଲର୍‌ ହୋଇଥିବାବେଳେ ଉପଯୋଗୀ ବ୍ୟାଟ୍ସମ୍ୟାନ୍‌ ମଧ୍ୟ। ୨୬ବର୍ଷୀୟ ଏହି କ୍ରିକେଟରଙ୍କ ଓଜନ ୧୪୦ କିଲୋ ଆଉ ଉଚ୍ଚତା ୬ ଫୁଟ୍‌ ୬ ଇଞ୍ଚ୍‌। ଏପର୍ଯ୍ୟନ୍ତ ସେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ ବି ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। କର୍ନଓ୍ବାଲ୍‌ ଯଦି ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରନ୍ତୁ, ତେବେ ବିଶ୍ୱର ସବୁଠୁ ଅଧିକ ଓଜନର ଟେଷ୍ଟ ଖେଳାଳି ଭାବେ ପରିଗଣିତ ହେବେ। ୨୦୧୭ରେ ଭାରତ ବିପକ୍ଷରେ ସେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ।

Share