Categories: ଖେଳ

ଭାରତୀୟ ନାଗରିକଙ୍କୁ ବିବାହ କଲେ ପାକିସ୍ତାନ କ୍ରିକେଟର

ଦୁବାଇ,୨୧।୮: ଏଠାରେ ଆୟୋଜିତ ଏକ ଉତ୍ସବରେ ପାକିସ୍ତାନ କ୍ରିକେଟ ଦଳର ପେସର ହାସନ ଅଲୀ ମଙ୍ଗଳବାର ଭାରତୀୟ ନାଗରିକ ଶାମିଆ ଆର୍‌ଜୁଙ୍କୁ ବିବାହ କରିଛନ୍ତି। ଏହି ନୂଆ ଯୋଡ଼ିଙ୍କ ବିବାହ ହେବା ପୂର୍ବରୁ ସୋସିଆଲ ମିଡିଆଲରେ ବହୁ ଫଟୋ ଓ ଭିଡିଓ ଭାଇରାଲ ହେଇସାରିଥିଲା। ହରିୟାଣାର ମଓ୍ବୋତଠାରେ ରହୁଥିବା ଆର୍‌ଜୁ ପାକିସ୍ତାନ କ୍ରିକେଟରଙ୍କ ସହ ଦୁବାଇଠାରେ ଏକ ରାତ୍ରଭୋଜନରେ ଭେଟିଥିଲେ। ସେଠାରେ ଆର୍‌ଜୁଙ୍କ ସଚ୍ଚୋଟତା ଅଲୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ଅଲୀ ମେସେଜ ଜରିଆରେ ବିବାହ ପ୍ରସ୍ତାବ ଦେଇଥିଲେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ଭାରତୀୟ ନାଗରିକଙ୍କୁ ବିବାହ କରିବାରେ ଅଲୀ ୪ର୍ଥ ପାକିସ୍ତାନ କ୍ରିକେଟର। ତାଙ୍କ ପୂର୍ବରୁ ଜାହିର ଆବାସ, ମୋହସିନ ଖାନ ଓ ସୋଏବ ମଲିକ ଭାରତୀୟ ନାଗରିକଙ୍କୁ ବିବାହ କରିଥିଲେ।

Share