Categories: ଜାତୀୟ

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ

କୋଚି,୨।୧୨: ସବ୍‌ ଲେପ୍ଟନାଣ୍ଟ ଶିଭାଙ୍ଗି ଭାରତୀୟ ନୌସେନାର ପ୍ରଥମ ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। କୋଚିର ଭାଇସ୍‌ ଆଡମିରାଲ ଏ.କେ. ଚାଓ୍ବଲାଙ୍କଠାରୁ ଶିଭାଙ୍ଗି ତାଙ୍କ ଯୋଗ୍ୟତା ଓ ‘ଓ୍ବିଙ୍ଗସ୍‌’ସୋମବାର ଗ୍ରହଣ କରିଛନ୍ତି। ଚାଓ୍ବଲା କହିଛନ୍ତି, ‘ଏହା ଏକ ଫ୍ରଣ୍ଟ ଲାଇନ୍‌ ମୁକାବିଲା’। କାର୍ମସ୍ଥଳୀରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କାରଣ ପାଇଲଟ ପାଠ୍ୟକ୍ରମରେ ଶିକ୍ଷା ସମାନ ବୋଲି ସେ କହିଛନ୍ତି। ଏହି ସମ୍ମାନ ପାଇବା ପରେ ଶିଭାଙ୍ଗି ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦୀର୍ଘ ଦିନ ହେବ ସେ ଯାହାକୁ ଅପେକ୍ଷା ରଖିଥିଲେ ଆଜି ତୃତୀୟ ସ୍ତରର ପ୍ରଶିକ୍ଷଣ ଶେଷ କରି ଏହା ପାଇଥିବାରୁ ବେଶ୍‌ ଗର୍ବିତ।

Share