ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ୨୫ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ଜଣ ପଜିଟିଭ ଥିବା ଜଣାପଡିଛି। ମୁମ୍ବାଇରେ ଲାଗିଥିବା ଆଇଏନ୍ଏସ୍ ଆଙ୍ଗ୍ରିରେ ଏହି ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତେବେ ଏପ୍ରିଲ ୭ରେ ନୌସେନାର ଜଣେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ଅନୁମାନ କରାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇ ପରିସରରେ ହିଁ ଅନ୍ୟ ସମସ୍ତଙ୍କୁ କ୍ୱାରାଣ୍ଟାଇନରେ ରଖାଯିବା ସହ ସଂକ୍ରମିତଙ୍କୁ ନୌସେନା ହସ୍ପିଟାଲରେ ଚିକତ୍ସା କରାଯାଉଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି। ତେବେ ଅନ୍ୟ କୌଣସି ଜାହାଜରେ କରୋନା ସଂକ୍ରମଣର ଖବର ଏପର୍ଯ୍ୟନ୍ତ ଆସି ନ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ନୌସେନାରେ ଏହି ସଂକ୍ରମଣ ଚିନ୍ତାର ବିଷୟ ପାଲଟି ଯାଇଛି।