ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି ମିଳିବ। ଭାରତୀୟ ପନିପରିବା ଓ ଫଳରେ ବିଭିନ୍ନ ରସାୟନିକ ପଦାର୍ଥ ଥିବା ଅଭିଯୋଗ ହେବା ପରେ ନେପାଳ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ସୋନୌଲି ସୀମାରେ ଏବେ ଶହ ଶହ ଟ୍ରକ୍‌ ଅଟକି ରହିଛି। ନେପାଳକୁ କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କାନପୁର, ବସ୍ତି, ବନାରସ୍‌, ଗୋରଖପୁର, କୁଶୀନଗର, ଦେବରିଆ, ମହାରାଜଗଞ୍ଜ ଆଦି ସ୍ଥାନରୁ ବିଭିନ୍ନ ସାମଗ୍ରୀ ରପ୍ତାନୀ କରାଯାଇଥାଏ।

Share