Categories: ଜାତୀୟ

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ଟାର୍ଗେଟ୍‌ କରିଥିଲା। ତେବେ ଏଭଳି ଭୁଲ ଭାରତର ହେବ ନାହିଁ। ଭାରତ ପାଖରେ ଶକ୍ତିଶାଳୀ ଏୟାର ଡିଫେନ୍ସ୍‌ କମାଣ୍ଡ ରହିଛି। ଯାହାଦ୍ୱାରା ଲକ୍ଷ୍ୟ ଭେଦରେ କୌଣସି ଭୁଲ ହେବାର ଆଶଙ୍କା କମ୍‌ ରହିବ। କ୍ଷେପଣାସ୍ତ୍ର ପ୍ରୟୋଗ ସମୟରେ କିଛି ସତର୍କତା ଅବଲମ୍ବନ କଲେ ଭୁଲ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତ୍‌ ଜୁନ୍‌ ୩୦ ସୁଦ୍ଧା ଏୟାର ଡିଫେନ୍ସ୍‌ ସିଷ୍ଟମ୍‌ର ନମୂନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପର ଦିନ ଭୁଲ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ନିଜର ଏକ ହେଲିକପ୍ଟର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ବାୟୁସେନାର ଏହି ଭୁଲ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା।

Share