ଭାରତୀୟ ବାୟୁସେନାର ଗୌରବ କାହାଣୀ କହିବ ‘ବାଲାକୋଟ’: ବିବେକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରଏ କହିଛନ୍ତି ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ବାଲାକୋଟ’ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରେରଣା ଯୋଗାଇବ। ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସତ କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି ଫିଲ୍ମ। ତେଣୁ ଏଥିରେ ଭାରତୀୟ ବାୟୁସେନାର ବୀରତ୍ୱକୁ ପ୍ରଦର୍ଶନ କରାଯାଇଛି ଯାହା ଆଗାମୀ ପିଢିକୁ ପ୍ରେରଣା ଦେବ ବୋଲି ବିବେକ କହିଛନ୍ତି। ଏହାସହ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ କିପରି ମୁକୁଳାଇଥିଲା ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଗତ ଫେବୃୟାରୀ ୧୪ରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆକ୍ରମଣ କରାଯାଇଥିଲା। ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଏହି ବାୟୋପିକକୁ ନେଇ ବିବେକ ବେଶ୍‌ ଉତ୍ସାହିତ ଅଛନ୍ତି। ନିକଟରେ ସେ ମୁମ୍ବାଇ ଆର୍ଟ ଫେୟାର ୨୦୧୯ ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବା ଅବସରରେ ବାଲାକୋଟକୁ ନେଇ ବେଶ୍‌ କିଛି କଥା କହିଛନ୍ତି। ସେ କହିଛନ୍ତି, ଏବେ ଉପଯୁକ୍ତ ସମୟ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଓ ଭାରତୀୟ ବାୟୁ ସେନାର ବୀରତ୍ୱର କାହାଣୀ ସହ ସମସ୍ତଙ୍କୁ ପରିଚିତ କରାଇବା। ଏହି ଫିଲ୍ମର ଅଧିକାଂଶ ଭାଗ କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ଶୁଟିଂ କରାଯିବ ବୋଲି ସୂଚନା ରହିଛି।

Share