ଭାରତୀୟ ବାୟୁସେନାର ହ୍ୟାଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲ/ଟିମ୍ପୁ,୨୭।୯: ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଶୁକ୍ରବାର ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୨ ପାଇଲଟ ଶହୀଦ ହୋଇଛନ୍ତି। ମୃତ ପାଇଲଟଙ୍କ ଭିତରୁ ଜଣେ ଭାରତୀୟ ସେନାର ପାଇଲଟ ଲ୍ୟୁଟନାଣ୍ଟ କଲୋନେଲ ର଼୍ୟାଙ୍କରେ ଥିବା ବେଳେ ଅନ୍ୟଜଣେ ଭୁଟାନ ସେନାର ପାଇଲଟ ରହିଛନ୍ତି ସେ ଭାରତୀୟ ପାଇଲଟଙ୍କ ସହ ପ୍ରଶିକ୍ଷଣରେ ନେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ଖିର୍‌ମୁରୁ ଭୁଟାନର ୟୋଙ୍ଗଫୁଲାକୁ ଯାଉଥିବା ସମୟରେ ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦ୍ୱିପହରରୁ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ପାହାଡରେ ପିଟିହୋଇ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Share