ଭାରତୀୟ ବୃତ୍ତଚିତ୍ର ଉସତ୍ବ ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଭାରତୀୟ ବୃତ୍ତଚିତ୍ର ଉସତ୍ବ ୨୦୧୯ (ଇଣ୍ଡିଆନ୍‌ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ୍‌) ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହା ୩ଦିନ ଚାଲିିବ। ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜିତ ଏହି ଉସତ୍ବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଭାଷାରେ ନିର୍ମିତ ୩୦ରୁ ଊର୍ଦ୍ଧ୍ୱ ବୃତ୍ତଚିତ୍ର ପ୍ରଦର୍ଶନ ହେବ। ପ୍ରଥମ ଦିନରେ ୧୨ଟି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ନିର୍ମଳ ସିଂ ଦଣ୍ଡ୍ରିୟାଲ୍‌ଙ୍କ ‘ମୋତି ବାଘ୍‌’, ତରନ୍‌ ଖାନ୍‌ଙ୍କ ‘ଇନ୍‌ ସର୍ଚ୍ଚ ଅଫ୍‌ ଅସୀମମ୍‌’, ରୁଚିକା ନେଗୀ ଓ ଅମିତ୍‌ ମହାନ୍ତିଙ୍କ ‘ଏଭ୍ରି ଟାଇମ୍‌ ୟୁ ଟେଲ୍‌ ଏ ଷ୍ଟୋରୀ’, ଶଙ୍ଖଜିତ୍‌ ବିଶ୍ୱାସଙ୍କ ‘ଲଙ୍ଗ୍ରା’, ସୁନନ୍ଦା ଭଟ୍ଟଙ୍କ ‘ହାଭ୍‌ ୟୁ ସିନ୍‌ ଦ ଆରାନା’, ‘ରିଭର୍‌ ଷ୍ଟୋରି’, ଟାଇଡ୍‌ସ୍‌ ଅଫ୍‌ ଲାଇଫ୍‌ ଭଳି ବୃତ୍ତ ଚଳଚ୍ଚିତ୍ର ଦେଖିବାକୁ ମିଳିଥିଲା।

Share