Categories: ଖେଳ

ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍‌

ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍‌ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏବେ ବୋଲରମାନେ ମଧ୍ୟ ପ୍ରତି ମ୍ୟାଚରେ ନିଜ ଜଲଓ୍ବା ଦେଖାଇବାକୁ ପଛାଉନାହାନ୍ତି। ଫଳସ୍ବରୂପ ଗୋଟିଏ ବର୍ଷରେ ଭାରତର ୩ଜଣ ବୋଲର ହ୍ୟାଟ୍ରିକ୍‌ ନେବାର କୃତିତ୍ୱ ଅର୍ଜନ କରିଛନ୍ତି। ଯାହା କ୍ରିକେଟ ଇତିହାସରେ ପ୍ରଥମ ଘଟଣା। ପ୍ରଥମେ ପେସ୍‌ ବୋଲର୍‌ ମହମ୍ମଦ ସାମି ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ନେଇଥିଲେ। ଏହାପରେ ସେପ୍ଟେମ୍ବରରେ ଜସପ୍ରୀତ୍‌ ବୁମରାହ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ହ୍ୟାଟ୍ରିକ୍‌ ନେଇଥିଲେ। ନିକଟରେ ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚରେ ହ୍ୟାଟ୍ରିକ୍‌ ନେଇଛନ୍ତି।

Share