Categories: ଖେଳ

ଭାରତୀୟ ବ୍ୟାଡ୍‌ମିଣ୍ଟନ ମୁଖ୍ୟ ହିମନ୍ତ ବିଏସି ଉପସଭାପତି

ନୂଆଦିଲ୍ଲୀ,୨୬।୫(ପିଟି)- ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ)ର ସଭାପତି ହିମନ୍ତ ବିଶ୍ୱଶର୍ମା ବ୍ୟାଡ୍‌ମିଣ୍ଟନ ଏସିଆ କାଉନସିଲ(ବିଏସି)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୦ ବର୍ଷୀୟ କ୍ରୀଡ଼ା ପ୍ରଶାସକ ମୋଟ ୪୦ରୁ ୩୫ ଖଣ୍ଡ ଭୋଟ ପାଇଥିଲେ। ହିମନ୍ତ କାଉନ୍‌ସିଲ କମିଟିର ସଦସ୍ୟ ହେବା ବିଏଆଇ ଲାଗି ନିଶ୍ଚିତ ସହାୟକ ହେବ ବୋଲି ବିଏଆଇ ସାଧାରଣ ସମ୍ପାଦକ ଅଜୟ ସିଙ୍ଘାଣିଆ କହିଛନ୍ତି। ଆସାମର ସ୍ବାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀ ହିମନ୍ତ ଗତ ବର୍ଷ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଏଆଇ ସଭାପତି ପଦରେ ନିର୍ବାଚିତ ହୋଇଥିଲେ। ବିଏସି ସଭାପତି ଆଣ୍ଟୋନ ସୁବୋ ବାଇ ସମ୍ପାଦକ ଓମାର ରଶିଦଙ୍କୁ ଏସିଆର ଡେଭଲପମେଣ୍ଟ କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

Share