Categories: ଖେଳ

ଭାରତୀୟ ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ ପଦକ

ଡେନ ବୋସ୍କ(ଦ ନେଦରଲାଣ୍ଡ୍ସ),୧୫।୬(ପିଟି): ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନାମ, ମୁସ୍କାନ କିରାର ଓ ରାଜ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ମୁକାବିଲା ଆରମ୍ଭରୁ ପଛୁଆ ଥାଇ ମଧ୍ୟ ତୁର୍କୀକୁ ହରାଇ ପୋଡିୟମର ୩ୟ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି। ଏସିଆନ୍‌ ଗେମ୍ସ ରୌପ୍ୟ ପଦକଧାରୀ ଜ୍ୟୋତିଙ୍କ ନେତୃତ୍ୱାଧୀନ ଦଳ ୨୨୯-୨୨୬ ବ୍ୟବଧାନରେ ମୁକାବିଲାକୁ ଜିତି ନେଇଥିଲେ। ଗତ ଥର ମେକ୍ସିକୋଠାରେ ଅନୁଷ୍ଠିତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲୁ। ଏଥର ପୋଡିୟମରେ ସ୍ଥାନ ପାଇ ଖୁସି ଅଛୁ। ଦୀର୍ଘ ଦୁଇବର୍ଷ ପରେ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାତେଇବା ଆମ ପାଇଁ ମୂଲ୍ୟବାନ ବୋଲି ୨୨ ବର୍ଷୀୟ ବିଜୟଓ୍ବାଡା ତୀରନ୍ଦାଜ କହିଛନ୍ତି।

Share