Categories: ଖେଳ

ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୨୯।୫(ପିଟି): ଆସନ୍ତା ୧୫ ତାରିଖରୁ ଜାପାନର ହିରୋଶିମାଠାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ବୁଧବାର ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀଙ୍କୁ ଗୋଲକିପର ସବିତା ଉପଅଧିନାୟକ ଭାବେ ସାହାଯ୍ୟ କରିବେ। ଦଳରେ ୩ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା ଓ ଲିଳିମା ମିଞ୍ଜ। ଅଭିଜ୍ଞ ସବିତା ଓ ରଜନୀ ଇତିମାର୍ପୁ ଭାରତୀୟ ଦଳର ଗୋଲକିପିଂ ଦାୟିତ୍ୱରେ ରହିବେ। ଡିଫେନ୍ସ ଭାଗରେ ଦୀପଗ୍ରେସ, ନିଶା, ଗୁରଜିତ କୌର, ସାଲିମା ଟେଟେ ଓ ସୁନୀତା ଲାକ୍ରା। ସେହିଭଳି ମୋନିକା, ନିକି ପ୍ରଧାନ, ଲିଲିମା ମିଞ୍ଜ, ନେହା ଗୋୟଲ ଓ ସୁଶୀଲା ଚାନୁ ପୁଖରାମବାମ ମିଡ୍‌ଫିଲ୍ଡ ବିଭାଗ ସମ୍ଭାଳିବେ। ଫରଓ୍ବାର୍ଡ ତଥା ଦଳର ଆକ୍ରମଣ ବିଭାଗରେ ଅଧିନାୟିକା ରାଣୀ, ବନ୍ଦନା କାଟାରିୟା, ନବଜୋତ କୌର, ଲାଲରେସିଆମି ଓ ଜ୍ୟୋତି ସ୍ଥାନ ପାଇଛନ୍ତି। ଆମ ନିକଟରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଏକ ଭଲ ଦଳ ରହିଛି। ଆହତ ରିନା ଖୋକରଙ୍କ ବଦଳରେ ମିଡ୍‌ଫିଲ୍ଡର ବିଭାଗରେ ନିଶାଙ୍କୁ ଦଳରେ ସାମିଲ କରାଯାଇଛି। ଅଭ୍ୟାସରେ ସେ ଭଲ ପ୍ରଦର୍ଶନ କରିଥିଲେ। ନିଜ ଦାୟିତ୍ୱ ଠିକ୍‌ ରୂପେ ତୁଲାଇବେ ବୋଲି ମୋର ଆଶା। ଟୁର୍ନାମେଣ୍ଟ ପାଇଁ ଆମେ ଭଲ ଭାବେ ପ୍ରସ୍ତୁତ ବୋଲି ମହିଳା ଦଳର ମୁଖ୍ୟ ଜୋର୍ଡ ମାରିଜନେ କହିଛନ୍ତି। ଭାରତୀୟ ମହିଳା ହକି ଦଳ: ସବିତା (ଉପଅଧିନାୟିକ), ରଜନୀ ଇତିମାର୍ପୁ। ଡିଫେଣ୍ଡର: ଦିପ ଗ୍ରେସ ଏକ୍କା, ନିଶା, ସୁନୀତା ଲାକ୍ରା, ଗୁରଜିତ କୌର, ସାଲିମା ଟେଟେ। ମିଡ୍‌ଫିଲ୍ଡର: ମୋନିକା, ନିକି ପ୍ରଧାନ, ଲିଲିମା ମିଞ୍ଜ, ନେହା ଗୋୟଲ, ସୁଶୀଲା ଚାନୁ ପୁଖରାମବାମ। ଫରଓ୍ବାର୍ଡ: ରାଣୀ (ଅଧିନାୟିକା), ବନ୍ଦନା କାଟାରିୟା, ନବନିତ କୌର, ଲାଲରେସିଆମି ଓ ଜ୍ୟୋତି।

Share