Categories: ଜାତୀୟ

ଭାରତୀୟ ମୁସଲମାନ ଦେଶ ବିରୋଧୀ ବୋଲି ଦେଖାଇବାକୁ ଚାହୁଛି ପାକିସ୍ତାନ: ମହମ୍ମୁଦ ମଦାନି

ନୂଆଦିଲ୍ଲୀ,୧୨।୯: ଜମିୟତ ଉଲେମା-ଇ-ହିନ୍ଦ୍‌ ଦ୍ୱାରା ଦିଲ୍ଲୀରେ ନିଜର ସାଧାରଣ ପରିଷଦ ବୈଠକରେ ପୁରୁଣା ସଂକଳ୍ପକୁ ଦୋହରାଇବାକୁ ଯାଇ କହିଛି କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଏହି ସମୟରେ ଜମିୟତ ଉଲେମା-ଇ-ହିନ୍ଦ୍‌ର ମୁଖ୍ୟ ମୌଲାନା ସୟଦ ଅରଶଦ ମହମ୍ମୁଦ ମଦାନି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଭାରତୀୟ ମୁସଲମାନଙ୍କୁ ନିଜ ଦେଶ ବିରୋଧୀ ଭାବେ ଦେଖାଇବାକୁ ଚାହୁଛି। ପାକିସ୍ତାନର ଏପରି ଯୋଜନାକୁ ସେ କଡା ନିନ୍ଦା କରିଛନ୍ତି।

Share