Categories: ଜାତୀୟ

ଭାରତୀୟ ଯବାନଙ୍କୁ କରୋନା ସଂକ୍ରମଣ

ଲେହ,୧୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ଲଦାଖର ଲେହଠାରେ ଥିବା ଜଣେ ଭାରତୀୟ ଯବାନଙ୍କ ନମୁନା ପରୀକ୍ଷଣରେ ପଜେଟିଭ୍‌ ରିପୋର୍ଟ ମିଳିଛି। ଯବାନଙ୍କ ପିତା ଇରାନ ତୀର୍ଥଯାତ୍ରା କରିବାକୁ ଯାଇଥିଲେ। ତାଙ୍କଠାରୁ ଯବାନଙ୍କ କରୋନା ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଯବାନଙ୍କ ସାଙ୍ଗସାଥିଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ କରାଯାଇଛି। ସଂକ୍ରମିତ ଯବାନଙ୍କୁ ଲଦାଖର ସ୍କାଉଟ୍‌ ରେଜିମେଣ୍ଟାଲ ସେଣ୍ଟରରେ ଆଇସୋଲେଶନ୍‌ କରି ରଖାଯାଇଛି।

Share