ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍ ଦଳ ୧୯ ବର୍ଷରୁ କମ୍ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତୀୟ ଯୁବ ଦଳ ୬ ଉଇକେଟ୍ରେ ବାଂଲାଦେଶ ଯୁବ କ୍ରିକେଟ୍ ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ଯୁବ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ମହମ୍ମଦୁଲ ହାସନ ଜୟ ୧୩୪ ବଲରୁ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ। ଓପନର୍ ପରଭେଜ ହୁସେନ ଏମନ୍୬୦ ଓ ଶାମିମ ହୋସେନ ୩୨ ରନ କରିଥିଲେ। ଭାରତୀୟ ଯୁବ ଦଳ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏ ଉଇକେଟ୍ ଅକ୍ତିଆର କରିଥିଲେ। ଜବାବରେ ଭାରତୀୟ ଯୁବ ଦଳ ୪ଟି ଅର୍ଦ୍ଧଶତକ ସହାୟତାରେ ୮ ବଲ ପୂର୍ବରୁ ୪ ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେବା ସହ ଚାମ୍ପିୟନ ବିବେଚିତ ହୋଇଥିଲା। ଆଗଧାଡ଼ିର ୩ ବ୍ୟାଟ୍ସମ୍ୟାନ ଯଶଭି ଜୟସ୍ବାଲ (୫୦), ଦିବ୍ୟାଂଶ ସସ୍କେନା (୫୫), ଅଧିନାୟକ ପ୍ରିୟଙ୍କ ଗର୍ଗ (୭୩) ଓ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଉଇକେଟ୍କିପର ଧ୍ରୁବ ଜୁରେଲ ଅପରାଜିତ (୫୯) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।