ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ

ୟୁଏନ୍‌: ଲେବାନନ୍‌ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଲାଗି ଏହା ପ୍ରଦାନ କରାଯାଇଛି। ଲେବାନନ୍‌ରେ ଜାତିସଂଘ ଦ୍ୱାରା ୟୁନାଇଟେଡ ନେଶନ୍‌ସ ଇଣ୍ଟରିମ ଫୋର୍ସରେ କାର୍ଯ୍ୟରତ ଭାରତୀୟ ସର୍ଜେଣ୍ଟ ରମେଶ ସିଂହଙ୍କୁ ତାଙ୍କ ସମର୍ପଣ ଲାଗି ୟୁନାଇଟେଡ ନେଶନ୍‌ସ ଇଣ୍ଟରିମ ଫୋର୍ସର କମାଣ୍ଡର ଷ୍ଟଫାନୋ ଡେଲ୍‌ କର୍ନଲ ଏବଂ ଲେବାନନ୍‌ ସେନା ବି ସମ୍ମାନିତ କରିଛି।

Share