ନୂଆଦିଲ୍ଲୀ,୨୧-୫: ଭାରତରେ ଟେସ୍ଲା କାର୍ ଲଞ୍ଚକୁ ନେଇ ଦ୍ୱିଧାରେ ଥିବା ସିଇଓ ଏଲନ ମସ୍କଙ୍କ ମୁଣ୍ଡବ୍ୟଥା ହ୍ରାସ କରିଛି ଭାରତୀୟ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ। ଭାରତୀୟ ସଡ଼କରେ ଟେସ୍ଲାର ଇଲେକ୍ଟ୍ରିକ କାର୍ ଦୌଡାଇବାକୁ ନେଇ ଲେଲ୍ୟାଣ୍ଡ ପକ୍ଷରୁ ପାର୍ଟନରସିପ୍ ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ସମ୍ପର୍କରେ କମ୍ପାନୀର ସିନିୟର ଭାଇସ ପ୍ରେସିଡେଣ୍ଟ ଭେଙ୍କଟେଶ ନଟରାଜନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସଡ଼କରେ ଇଲେକ୍ଟ୍ରିକ କାର୍ ଦୌଡାଇବାକୁ ହେଲେ ଏକାଧିକ କମ୍ପାନୀଙ୍କ ସହାୟତା ଆବଶ୍ୟକ ହେବ। ଯେ କୌଣସି କମ୍ପାନୀର ନୂଆ ଟେକ୍ନୋଲୋଜିକୁ ଅଶୋକ ଲେଲ୍ୟାଣ୍ଡ ଆପଣାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। କମ୍ପାନୀ ଅଧିକ ଅର୍ଥ ରୋଜଗାର କରିବାକୁ ଚାହୁଁଛି ବୋଲି ସେ ପ୍ରକାଶ କରିଛନ୍ତି।