Categories: ଜାତୀୟ

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ୭୨,୪୦୦ ଅସାଲ୍ଟ ରାଇଫଲ ଭାରତକୁ ସମ୍ପୃକ୍ତ କମ୍ପାନୀ ଯୋଗାଇ ଦେବ। ଇତିମଧ୍ୟରେ ୧୦,୦୦୦ ରାଇଫଲ ଭାରତକୁ ଆସିଛି। ଅବଶିଷ୍ଟ ରାଇଫଲ ଖୁବ୍‌ ଶୀଘ୍ର ମିଳିବାର ଆଶା ରହିଛି। ପୂର୍ବରୁ ବ୍ୟବହୃତ ଇଂସାସ୍‌ ରାଇଫଲ ବଦଳରେ ଏବେ ଏହି ନୂଆ ରାଇଫଲ ବ୍ୟବହାର କରାଯିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର ରହିଛି। ଅସାଲ୍ଟ ରାଇଫଲ ମଧ୍ୟରୁ ପ୍ରାୟ ୪୦୦୦ ବାୟୁସେନାକୁ ଦିଆଯିବ। ସେହିପରି ୨୦୦୦ ହଜାର ନୌସେନାକୁ ମିଳିବ। ଅବଶିଷ୍ଟ ଅସାଲ୍ଟ ରାଇଫଲ ସ୍ଥଳସେନାକୁ ମିଳିବ ବୋଲି କୁହାଯାଉଛି।

Share