Categories: ଜାତୀୟ

ଭାରତୀୟ ସେନାର କଡା ଜବାବ ପରେ ଠିକଣା ବଦଳାଇଲେ ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୨୨।୧୦: ଉତ୍ତର କଶ୍ମୀରର କୁପଓ୍ବାଡା ଜିଲା ନିକଟରେ ଥିବା ସୀମାରେ ପାଖାପାଖି ଶହେ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା ରଖିଥିଲେ। ଏମାନେ କଶ୍ମୀରରେ ପ୍ରବେଶ କରି ହିଂସା କରିବାକୁ ଯୋଜନା କରୁଥିବା ବେଳେ ପାକିସ୍ତାନ ପଟରୁ ଶନିବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା। ଆଉ ଏହାର କଡା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ଉକ୍ତ ଆତଙ୍କବାଦୀଙ୍କର ପ୍ରାୟ ୪ଟି ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଭାରତୀୟ ସେନା ଦାବି କରିଥିଲା। ଆଉ ଏହାପରେ ଏବେ ଜୀବିତ ଥିବା କେତେଜଣ ଆତଙ୍କବାଦୀ ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ଭୟଭୀତ ହୋଇ ସେମାନଙ୍କ ଠିକଣା ବଦଳାଇଥିବା ଅନୁମାନ କରାଯାଉଛି। ଏମାନେ ଏବେ ଶିବିର ଛାଡି ନିକଟରେ ଥିବା ବସ୍ତି ମଧ୍ୟରେ ଲୁଚି ରହିଥିବା କୁହାଯାଉଛି।

Share