ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର ପାଇଁ ୩୫ ପ୍ରତିଶତ ଅଧିକାରୀୟ ଏବଂ ୫୦ ପ୍ରତିଶତ ଜେସିଓ ମାର୍ଚ୍ଚ ୨୩ରୁ ସପ୍ତାହେ ପାଇଁ ଘରେ ରହି କାମ କରିବେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ମାର୍ଚ୍ଚ ୩୦ଠାରୁ ଆଇସୋଲେଶନରେ ପଠାଯିବ। ସେହିପରି ଯବାନଙ୍କ ଛୁଟି ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। କେବଳ ଜରୁରୀକାଳୀନ ସେବା ସହିତ ଜଡ଼ିତ ସେନା କର୍ମଚାରୀ ମାର୍ଚ୍ଚ ୨୩ ପରେ କାର୍ଯ୍ୟାଳୟକୁ ଆସି ପାରିବେ ବୋଲି ସେନା ପକ୍ଷରୁ କୁହାଯାଇଛି।

Share