ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି

ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍‌ ନିଯୁକ୍ତି ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ ପ୍ରମୋଶନ ମିଳିଛି। ଏହା ସହିତ ସେନାରେ ଏହି ପଦବୀ ପାଇବାରେ କାନିତକର ପ୍ରଥମ ଦମ୍ପତି। ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀଙ୍କ ସ୍ବାମୀ ରାଜୀବ କାନିତକର ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ। ମାଧୁରୀ ହେଉଛନ୍ତି ଭାରତୀୟ ସଶସ୍ତ୍ର ବଳରେ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କରେ ପହଞ୍ଚିଥିବା ତୃତୀୟ ମହିଳା ଅଧିକାରୀ। ସେ ଜଣେ ଶିଶୁରୋଗ ବିଶେଷଜ୍ଞ ମଧ୍ୟ।

ଗତ ୩୭ ବର୍ଷ ଧରି ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ ରୂପରେ କାର୍ଯ୍ୟରତ। ଗତବର୍ଷ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା। ପଦବୀ ଖାଲି ହୋଇ ନ ଥିବାରୁ ଶନିବାର ସେ ଏହି ପଦ ଗ୍ରହଣ କରିଛନ୍ତି। କାନିତକର ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ, ଡେପୁଟି ଚିଫ୍‌, ଇଣ୍ଟିଗ୍ରେଟେଡ୍‌ ୍‌ଡିଫେନ୍ସ ଷ୍ଟାଫ୍‌ (ଡିସିଡିଏସ) ମେଡିକାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ମାଧୁରୀ ଏଫ୍‌ଏମ୍‌ସିରେ ଟପ୍ପର ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ସେ ଏଆଆଇଏମ୍‌ଏସ୍‌ରୁ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ଏବଂ ବୈଷୟିକ ପରାମର୍ଶଦାତା ବୋର୍ଡର ସଦସ୍ୟ ମଧ୍ୟ ଅଛନ୍ତି।

Share