ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ପୂର୍ବତନ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି। ମଙ୍ଗଳବାର ସେନା ମୁଖ୍ୟଭାବେ ଅବସର ନେବା ପୂର୍ବରୁ ସେ ଏପରି କହିଛନ୍ତି। ନୂଆ ସେନାମୁଖ୍ୟ ଲ୍ୟୁଟ୍ନାଣ୍ଟ୍ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେଙ୍କ ଦ୍ୱାରା ସେନାର ବିକାଶ କାର୍ଯ୍ୟ ଜାରି ରହିବ ବୋଲି ରାଓ୍ବତ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ସେନାରେ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହା ଦେଶର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି।