ଭାରତୀ ନନ୍ଦୀ ପାଇବେ ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଲେଖାଲେଖି ପତ୍ରିକା ତରଫରୁ ଚଳିତବର୍ଷ ଲାଗି ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଖ୍ୟାତନାମା ଅନୁବାଦିକା ଭାରତୀ ନନ୍ଦୀ ୨୦୧୯ ମସିହା ଲାଗି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ଜୟନ୍ତୀରେ ଲେଖାଲେଖି ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଯଶସ୍ବୀ ଯୁଗଳ’ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ପତ୍ରିକାର ସମ୍ପାଦକ ପ୍ରଦୀପ୍ତ କୁମାର ବେହୁରା ସୂଚନା ଦେଇଛନ୍ତି।

Share