ଭାରତ୍‌ କୀ ଖୋଜ୍‌ ଅଭିଯାନରେ କେରଳ ଯୁବକ: ବାଇକ୍‌ରେ ବୁଲିବେ ୪ ଦେଶ

ପୁରୀ ଅଫିସ, ୨୭ା୭: ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଛି ଭାରତ। ଏହାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକକଳା ବେଶ୍‌ ସମୃଦ୍ଧ। ଯିଏ ଏହାର ରହସ୍ୟକୁ ଭେଦ କରିପାରିଛି ସେ ହିଁ ବୁଝିପାରିଛି କାହିଁକି ଭାରତ ଶ୍ରେଷ୍ଠ। ତେଣୁ ଭାରତ ବିଷୟରେ ଅଧିକ କିଛି ଜାଣିବାକୁ ଇଚ୍ଛା ପ୍ରକାଶ କରି ସେ ବାହାରିଛନ୍ତି ଦୁଃସାହସିକ ବାଇକ୍‌ ଯାତ୍ରାରେ। କେବଳ ଭାରତ ନୁହେଁ, ଭାରତ ସହିତ ନେପାଳ, ଭୁଟାନ ଓ ବାଂଲାଦେଶ ସହିତ ଭାରତର ସଂସ୍କୃତି ଓ ପରମ୍ପରାରେ କିଛି ସାମଞ୍ଜସ୍ୟ ରହିଛି କି ନାହିଁ ତାହା ମଧ୍ୟ ସେ ଜାଣିବେ। ଏଥିପାଇଁ ଭାରତ୍‌ କୀ ଖୋଜ୍‌ ଅଭିଯାନରେ ବାହାରିଛନ୍ତି କେରଳର ୩୮ ବର୍ଷୀୟ ଯୁବକ ଜୋମନ ପିକେ। ଗୁରୁବାର ପୁରୀରେ ପହଞ୍ଚତ୍ ରାତ୍ରିଯାପନ ପରେ ସେ ଶୁକ୍ରବାର କଲିକତା ଅଭିମୁଖେ ଯାତ୍ରା କରିଛନ୍ତିି।
ପିଲାଟି ଦିନରୁ ବୁଲିବା ସଉକ ଥିଲା ଜୋମନଙ୍କର। ଏହି ସଉକ୍‌ ହିଁ ତାଙ୍କୁ ଭାରତ୍‌ କୀ ଖୋଜ୍‌ ପାଇଁ ପ୍ରେରଣା ଦେଇଥିଲା। ତେଣୁ ବିଭିନ୍ନ ରାଜ୍ୟରେ କ’ଣ ସ୍ବାତନ୍ତ୍ର୍ୟତା ରହିଛି, ଭିନ୍ନ ଭିନ୍ନ ଜାଗାର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ଜାଣିବା ପାଇଁ ଗତ ଜୁଲାଇ ୭ ତାରିଖରୁ ସେ ବୁଲେଟ୍‌ରେ ଯାତ୍ରା ଆରମ୍ଭ କରିଛନ୍ତିି। ଏଥିପାଇଁ ତାଙ୍କ ବାଇକ୍‌କୁ ସେ ସ୍ବତନ୍ତ୍ର ଭାବେ ତିଆରି କରିଛନ୍ତିି। ପଛପାର୍ଶ୍ୱରେ ଦୁଇଟି ଜାର ରଖିଛନ୍ତିି। ଗୋଟିଏରେ ପେଟ୍ରୋଲ ଜାର ରଖିଥିବା ବେଳେ ଅନ୍ୟଟିରେ ପାଣି ଜାର ରଖିଛନ୍ତିି। ଏଥିସହିତ ରାତ୍ରିଯାପନ ଲାଗି ସମସ୍ତ ଆସବାବପତ୍ର ଏବଂ ତାଙ୍କ ପୋଷାକ ମଧ୍ୟ ଗାଡିରେ ରଖିଛନ୍ତିି। ବାଟରେ କୌଣସି ହୋଟେଲ ହେଉ କିମ୍ବା ଧର୍ମଶାଳାରେ ରହିଥାନ୍ତିି। ନିଜସ୍ବ ଖର୍ଚ୍ଚରେ ବୁଲୁଥିବା ଜୋମନ ଯେଉଁ ଜାଗାରେ ବିଶ୍ରାମ ନେଉଛନ୍ତି ସେହି ସ୍ଥାନ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତିି। ଗୁରୁବାର ଜୋମନ ପୁରୀରେ ପହଞ୍ଚତ୍ଥିଲେ। ମୋଚିସାହି ଛକସ୍ଥିତ ଏକ ହୋଟେଲରେ ରହିବା ପରେ ଶୁକ୍ରବାର ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ ଦେଇ କଲିକତା ଯାଇଥିଲେ। ଏହାପରେ କଲିକତାରୁ ସେ ବାଂଲାଦେଶ ଯିବେ। ସେଠାରୁ ପୁଣି ଭୁଟାନ ଯାଇ ଶେଷରେ ନେପାଳ ଯିବେ ବୋଲି କହିଛନ୍ତି ଜୋମନ।

Share