Categories: ଖେଳ

ଭାରତ ଆଗରେ ବିଶାଳ ବିଜୟଲକ୍ଷ୍ୟ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ଛିଡ଼ା କରିଛି। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନ୍‌ରୋଙ୍କ ଧୂଆଁଧାର ଆରମ୍ଭ ପରେ ଅଧିନାୟକ କେନ ଓ୍ବିଲିୟମସନ ଓ ଅଭିଜ୍ଞ ରସ ଟେଲରଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍‌ କରିଛି। ଦଳ ପାଇଁ ମୁନ୍‌ରୋ ସର୍ବାଧିକ ୫୯, ଟେଲର ୫୪*, ଓ୍ବିଲିୟମସନ ୫୧ ଓ ଗୁପ୍ଟିଲ ୩୦ ରନ୍‌ କରିଥିଲେ। ଦଳୀୟ ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍‌ରେ ମୋଟ ୧୦ ଛକା ଓ ୧୭ ଚୌକା ଲଗାଇଥିଲେ। ଭ୍ରମଣକାରୀ ଦଳର ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।

Share