ଭାରତ ଆଗରେ ୨୪୦ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ
ମାଞ୍ଚେଷ୍ଟର,୧୦।୭- ଭାରତୀୟ ଦଳକୁ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବା ପାଇଁ ୨୪୦ ରନ୍‌ ଦରକାର। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଉଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ୍‌ କରିଛି। ଦଳ ଗତକାଲି ୪୬.୧ ଓଭର ବ୍ୟାଟିଂ କରି ୬ ଉଇକେଟ ହରାଇ ୨୧୧ ରନ୍‌ କରିଥିଲା। ବର୍ଷା ବାଧା ସାଜିବାରୁ ଆଉ ଖେଳ ସମ୍ଭବ ହୋଇ ନ ଥିଲା। ଫଳରେ ବୁଧବାର ରିଜର୍ଭ ଡେ’ରେ ନ୍ୟୁଜିଲାଣ୍ଡ ତା’ର ଅବଶିଷ୍ଟ ୩.୫ ଓଭର ଖେଳି ୨ ଉଇକେଟ ବିନିମୟରେ ୨୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପାଇଁ ରସ ଟେଲର ସର୍ବାଧିକ ୭୪ ଓ ଅଧିନାୟକ କେନ ଓ୍ବିଲିୟମସନ ୬୭ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାରେ ସଫଳ ହୋଇ ନ ଥିଲେ। ଭାରତୀୟ ଦଳ ପକ୍ଷରୁ ଭୁବନେଶ୍ୱର କୁମାର ୩ ଉଇକେଟ ନେଇଥିବାବେଳେ ଯଶ୍‌ପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜ୍‌ବେନ୍ଦ୍ର ଚହଲ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Share