Categories: ଖେଳ

ଭାରତ ଆଗରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ

ଅକ୍‌ଲାଣ୍ଡ,୮।୨- ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଭାରତୀୟ ଦଳକୁ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ୨୭୪ ରନ୍‌ ଦରକାର। ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ୍‌ କରିଛି। ଦଳ ଏକଦା ୩୫୦ ସ୍କୋର ପାର କରିବ ଭଳି ଲାଗୁଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ୬ ଉଇକେଟ ହରାଇବାରୁ ବଡ଼ ସ୍କୋର ଛିଡ଼ା କରିପାରି ନ ଥିଲା। ଶେଷ ଆଡ଼କୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର (୭୩) ଓ କାଇଲ ଜାମିସନ (୨୫)ଙ୍କ ଯୋଗୁ ନ୍ୟୁଜିଲାଣ୍ଡ ୨୭୩ ରନ୍‌ର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଦଳ ପାଇଁ ମାର୍ଟିନ ଗୁପଟିଲ ୭୯ ଓ ହେନ୍‌ରୀ ନିକୋଲାସ ୪୧ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ୩, ଶାର୍ଦ୍ଦୁଳ ଠାକୁର ୨ ଓ ରବୀନ୍ଦ୍ର ଜାଡେଜା ୧ ଉଇକେଟ ହାତେଇଥିଲେ।

Share