ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ

ଓ୍ବାଶିଂଟନ,୧୯।୧୦: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କାରବାର ସେତେ ଭଳ ନ ଥିଲେ ବି ପରବର୍ତ୍ତୀ ସମୟରେ ଏହା ତ୍ୱରାନ୍ବିତ ହୋଇଥିଲା ବୋଲି ପେଣ୍ଟାଗନର ପ୍ରତିରକ୍ଷା ସଚିବ ଇଲିଏନ୍‌ ଏମ୍‌. ଲର୍ଡ କହିଛନ୍ତି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁଥିବା ଭାରତ-ଆମେରିକା ପ୍ରତିରକ୍ଷା ବୈଠକରେ ଇଲିଏନ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share