Categories: ଜାତୀୟ

ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଟୁଇଟ କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ଗସ୍ତ। ତାଙ୍କ ସ୍ବାଗତ ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଉ କିଛି ସମୟ ପରେ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଓ ପରିବାରଙ୍କ ସହ ଗୁଜରାଟ ଅହମଦାବାଦରେ ପହଞ୍ଚିବେ। ତେବେ ଭାରତ ଆସିବା ପୂର୍ବରୁ ଟ୍ରମ୍ପ ହିନ୍ଦୀରେ ଏକ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଭାରତକୁ ଆସିବା ପାଇଁ ମନରେ ବହୁ ଉତ୍କଣ୍ଠା ଭରି ରହିଛି। ଆଉ କିଛି ସମୟ ପରେ ସମସ୍ତଙ୍କୁ ଭେଟିବି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ପରିବାର ସହ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ବାଗତ କରିବେ। ଏହାପରେ ୨ଦେଶର ୨ ହାଇଭୋଲଟେଜ୍‌ ନେତା ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିପାଇଁ ମୋଦି ଅହମଦାବାଦରେ ମଧ୍ୟ ପହଞ୍ଚିସାରିଲେଣି।

Share