Categories: ଜାତୀୟ

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର ନୋତାନେହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ। ଇସ୍ରାଏଲରେ ନିର୍ବାଚନ ଯୋଗୁ ସେ ନିଜର ଗସ୍ତକୁ ବାତିଲ କରିଛନ୍ତି ବୋଲି ମୋଦିଙ୍କୁ କହିଥିଲେ। ନିର୍ବାଚନ ପରେ ନୋତାନେହୁ ଭାରତ ଆସିବେ। ସୂଚନାଯୋଗ୍ୟ, ଇସ୍ରାଏଲରେ ସେପ୍ଟେମ୍ବର ୧୭ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Share