ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର ମହାବଳୀପୁରମ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ଦୁଇନେତାଙ୍କ ସ୍ବାଗତ ପାଇଁ ସେଠାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ,ଏହି ଦୁଇ ନେତା ଗତବର୍ଷ ଚୀନର ବୁହାନରେ ଆୟୋଜିତ ଏକ ସମ୍ମିଳନୀରେ ଭେଟ ହୋଇଥିଲେ।