Categories: ଖେଳ

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ କମିଟି(ଆଇଓସି)କୁ ପତ୍ର ଲେଖି ଜଣାଇଛିି। ଗତ ଫେବୃଆରିରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାକିସ୍ତାନ ଖେଳାଳିଙ୍କ ଭିସା ଦିଆଯାଇ ନ ଥିଲା। ଫଳରେ ଆଇଓସି ଭାରତକୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନକୁ ନେଇ ସମସ୍ତ କଥାବାର୍ତ୍ତା ରଦ୍ଦ କରିବାର ନିଷ୍ପତ୍ତି ନେଇଥିଲା। ଯେଉଁପର୍ଯ୍ୟନ୍ତ ଭାରତ ସରକାର ଲିଖିତ ଆଶ୍ୱାସନା ନ ଦେବ ସେ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାରତରେ ଆୟୋଜନ ହେବ ନାହିଁ ବୋଲି ଆଇଓସି ପକ୍ଷରୁ କୁହାଯାଇଥିଲା। ଫଳରେ ଭାରତ ପକ୍ଷରୁ ଲିଖିତ ଆଶ୍ୱାସନା ଦିଆଯାଇଛି।

Share