Categories: ଜାତୀୟ

ଭାରତ ଆସି ପାରନ୍ତି ଇମ୍ରାନ୍‌: ନିମନ୍ତ୍ରଣ ଦେବେ ମୋଦି ସରକାର !

ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ, ତାଜକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ ଆଦି ୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଛନ୍ତି। ପାକିସ୍ତାନ ଏହାର ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଭାରତ ପକ୍ଷରୁ ଔପଚାରିକତା ଦୃଷ୍ଟିରୁ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ନିମନ୍ତ୍ରଣ କରାଯିବ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇମ୍ରାନ୍‌ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ତେବେ ପାକିସ୍ତାନ ପକ୍ଷରୁ କିଏ ସମ୍ମିଳନୀରେ ଯୋଗଦେବ ତାହା ସେତେବେଳେ ହିଁ ଜଣାପଡ଼ିବ। ସୂଚନାଯୋଗ୍ୟ, ଆତଙ୍କବାଦ ରୋକିବା ତଥା ଆର୍ଥିକ ସହଯୋଗ ବୃଦ୍ଧି ପାଇଁ ୨୦୦୧ରେ ଏସ୍‌ସିଓର ସ୍ଥାପନା ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ, ତାଜକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ ଦ୍ୱାରା କରାଯାଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନର ଏଥିରେ ସାମିଲ୍‌ ହୋଇଥିଲେ।

Share