Categories: ଖେଳ

ଭାରତ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇନି: ସର୍ଫରାଜ

କରାଚୀ, ୭ା୭ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନକୁ ସେମିଫାଇନାଲରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଜାଣିଶୁଣି ଖେଳିଲା ନାହିଁ ବୋଲି ଯାହା କୁହାଯାଉଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଏକଥା କହିଛନ୍ତି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପ୍ରଦର୍ଶନ ନେଇ ବହୁ ପୂର୍ବତନ ପାକିସ୍ତାନ କ୍ରିକେଟର ସନ୍ଦେହ ପ୍ରକଟ କରିଥିଲେ। ଭାରତ ମ୍ୟାଚରେ ଏହା ଶ୍ରେଷ୍ଠ ପ୍ରଦର୍ଶନ କରି ନ ଥିଲା ବୋଲି ସେମାନଙ୍କର ଅଭିଯୋଗ ଥିଲା। କିନ୍ତୁ ଏହି ଚିନ୍ତାଧାର ଠିକ୍‌ ନୁହେଁ ସେଦିନ ଇଂଲଣ୍ଡ ଭଲ ଖେଳିଥିବାରୁ ବିଜୟ ଲାଭ କରିଥିଲା ବୋଲି ସର୍ଫରାଜ ଏଠାରେ ଖବରଦାତାମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ବାଂଲାଦେଶ ବିପକ୍ଷ ମ୍ୟାଚ ଉପରେ ପ୍ରଶ୍ନ ପଚରାଯାଉଥିବା ବେଳେ ଜଣେ ‘ବେଙ୍ଗଲିଜ୍‌’ ଶବ୍ଦ ବ୍ୟବହାର କରିଥିଲେ ସର୍ଫରାଜ କିନ୍ତୁ ତାହାକୁ ନାପପନ୍ଦ କରିଥିଲେ। ଏହି ଶବ୍ଦ କେବଳ ହୁଏତ ସୋସିଆଲ ମିଡିଆରେ ବ୍ୟବହାର କରାଯାଉ ଥାଇପାରେ। ମାତ୍ର ବାଂଲାଦେଶ ଖେଳାଳିଙ୍କୁ ବେଙ୍ଗଲିଜ୍‌ ବୋଲି ସମ୍ବେkାଧନ କରିବା ଆପତ୍ତିଜନକ ଅଟେ। ‘ବେଙ୍ଗଲିଜ୍‌’ଙ୍କ ବିପକ୍ଷ ମ୍ୟାଚରେ ଟିମ୍‌ ମ୍ୟାନେଜମେଣ୍ଟ ଶୋଏବ ମଲିକଙ୍କୁ କାହିଁକି ଫେୟାରଓ୍ବେଲ ଦେଲା ନାହିଁ ବୋଲି ଜଣେ ଟେଲିଭିଜନ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତରରେ ସର୍ଫରାଜ ଏକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଶୋଏବ ହେଉଛନ୍ତି ଆମର ସବୁଠାରୁ ବରିଷ୍ଠ ଖେଳାଳି। ଚଳିତ ବିଶ୍ୱକପ୍‌ରେ ଯଦିଓ ସେ ଭଲ ପ୍ରଦର୍ଶନ କରିନାହାନ୍ତି, ଦେଶପାଇଁ ତାଙ୍କର ଅନେକ ଅବଦାନ ରହିଛି। ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେବେ ବୋଲି ମଲିକ ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସେ କେବଳ ଟି୨୦ କ୍ରିକେଟ ଖେଳିବେ।

Share