Categories: ଖେଳ

ଭାରତ ଉପରୁ ଉଠିଲା ବାସନ୍ଦାଦେଶ

କୋଲକାତା,୨୩।୧- ବିଶ୍ୱ ଆର୍ଚେରି ଗୁରୁବାର ସର୍ତ୍ତମୂଳକ ଭାବେ ଭାରତ ଉପରକୁ ବାସନ୍ଦାଦେଶ ଉଠାଇ ଦେଇଛି। ଜାତୀୟ ଫେଡେରେଶନର ନିର୍ବାଚନ ଶେଷ ହେବାର ଗୋଟିଏ ସପ୍ତାହ ପରେ ବିଶ୍ୱ ଆର୍ଚେରି ଏହି ନିଷ୍ପତ୍ତି ନେଇଛି। ସମ୍ବିଧାନ ଅନୁଯାୟୀ ଫେଡେରେଶନକୁ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ୩ ମାସରେ ଥରେ ରିପୋର୍ଟ କରିବାକୁ ବିଶ୍ୱ ଆର୍ଚେରି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ବାସନ୍ଦାଦେଶ ଯୋଗୁ ଭାରତୀୟ ତୀରନ୍ଦାଜଙ୍କୁ ନ୍ୟୁଟ୍ରାଲ ଆଥ୍‌ଲେଟ୍ସ ଭାବେ ଖେଳିବାକୁ ପଡ଼ୁଥିଲା। ଏବେ ସେମାନେ ଭାରତୀୟ ପତାକା ତଳେ ଖେଳିପାରିବେ। ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଲାସ ଭେଗାସଠାରେ ଇନ୍‌ଡୋର ଓ୍ବାଲର୍‌ଡ ସିରିଜ୍‌ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଭାରତୀୟ ତୀରନ୍ଦାଜ ଆସୋସିଏଶନ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିର୍ବାଚନ ହୋଇଥିଲା।

Share